ଝରିଗାଁ: ଚଲାଣଗୁଡା ଗ୍ରାମରେ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏସଏଚଜି ଗ୍ରୁପର ବୈଠକ ଅନୁଷ୍ଠିତ
ଚଲାଣଗୁଡା ଗ୍ରାମରେ ମହିଳା ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏସଏସଜି ଗ୍ରୁପର ବୈଠକ ଅନୁଷ୍ଠିତ ହେଲା।ଏହି ବୈଠକରେ ଗ୍ରାମର ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଯଥା ପାନୀୟଜଳ ସମସ୍ୟା,ଜାଳେଣି ସମସ୍ୟା ଭଳି ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଆଲୋଚନାହେବା ସହ କିଭଳି ଏହାର ସମାଧାନ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ।ଏହି ବୈଠକରେ ଆଜି ଚଲାଣଗୁଡା ସହ ମେଦନା ଗ୍ରାମର ଏସଏସଜି ଗ୍ରୁପର ମହିଳାମାନେ ମଧ୍ୟ ଉପସ୍ଥିତି ଥିଲେ।