ସୋନପୁର: ସୁବଳୟାରେ 63 ତମ ଦୁର୍ଗା ପୂଜାର ମହା ନବମୀରେ ଯୋଗଦାନ କଲେ ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଦୁର୍ଗା ପୂଜା ମଣ୍ଡପରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ମହା ନବମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଅପରାହ୍ନ 2.30 ମିନିଟ ସମୟରେ ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଲୁହା ଯୋଗଦାନ ପୂର୍ବକ ମାଁ ଦୁର୍ଗାଙ୍କ କୃପା ଲାଭ କରିଥିବା ଦେଖିବାକୁ ମିଳିଛି l ଏହି କ୍ରମରେ କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l