ତଳସରା ଥାନା ଅନ୍ତର୍ଗତ ମୁରକିଆ ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ, ଗତ ୪ ତାରିଖ ଅପରାହ୍ନ ୩ଟା ସମୟରେ ପୀଡ଼ିତା ଯୁବତୀଙ୍କ ସ୍ୱାମୀ ଓ ଶାଶୁ ଘରେ ନଥିବାବେଳେ ପୀଡ଼ିତା ମହିଳା ଘରେ ଏକୁଟିଆ ଥିଲେ | ଉକ୍ତ ଗ୍ରାମର ଦୀନେଶ ଭୁୟର ପୀଡ଼ିତା ମହିଳାଙ୍କ ଘରକୁ ଯାଇ ଭାଇ ଘରେ ଅଛନ୍ତି କି ବୋଲି ପଚାରି ଥିଲେ | ଘରେ ସ୍ୱାମୀ ନାହାନ୍ତି କାମ କରିବାକୁ ଯାଇଥିବା ମହିଳା କହିଥିଲେ | ଏତିକିରେ ଦୀନେଶ ମହିଳାଙ୍କ ଘର ଭିତରକୁ ପଶି ଆସି ମହିଳାଙ୍କୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।