ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଙ୍ଗଳ ବଜାର ସ୍ଥିତ ଟାଉନ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଠାରେ ମାନବାଧିକାର ଦିବସ ପାଳିତ
ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଙ୍ଗଳ ବଜାର ସ୍ଥିତ ଟାଉନ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଠାରେ ମାନବାଧିକାର ଦିବସ ପାଳିତ ହୋଇ ଯାଇଅଛି। ଏହି ଅବସରରେ ଆଜି ଦିନ ଦୁଇଟା ସମୟରେ ଏକ ବକ୍ତୃତା ପ୍ରତିଯୋଗିତା ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା। ଏହା ପରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନ, ଆଇନ୍ ସେବା ପ୍ରତିପକ୍ଷ ଓକିଲ ସାଜଦା ବେଗମ୍ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ଏବଂ ମାନବ ଅଧିକାର ବିଷୟ