ରମ୍ଭା ମିଞ୍ଚିନି ପାଟଣା ଦକ୍ଷିଣ ପୁର୍ବ କେବିନ ପାର୍ଶ୍ୱ ରେଳ ଲାଇନରେ ଏକ ମହିଳାଙ୍କ ଶବ ପଡ଼ି ରହିଥିବା ଦେଖିବାକୁ ମିଳିଛି l କୌଣସି କରଣରୁ ଚଳନ୍ତା ଗାଡି ଚଢ଼ି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଳ ଲାଇନରେ ବିଭିନ୍ନ ଲୁଗା ଗୁଡ଼ାଇ ହୋଇ ପଡ଼ି ରହିଛି। ସ୍ଥାନୀୟ ଲୋକମାନେ ଏନେଇ ବିଭିନ୍ନ ଆଲୋଚନା କରୁଥିବା ମହିଳା ଜଣଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳି ନଥିବା ସୂଚନା ମିଳିଛି। ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଏହି ଶବ ପଡି ରହିଥିବା ବେଳେ ଏହାକୁ ଉଧାର କରା ଯାଇନି କି ପରିଚୟ ମିଳି ପାରିନାହିଁ। ଯାହାକୁ ନେଇ ନାନା ଆଲୋଚନା ପ୍ରକାଶ ପାଇଛି।