ପଦ୍ମପୁର: ବରଗଡ ସାଂସଦ ଙ୍କୁ ପାଇକମାଲ ବାସଭବନରେ ଭେଟି ଦାବିପତ୍ର ଦେଲେ ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତି ନିମନ୍ତେ ଆଜି ସକାଳ 10ଟା ସମୟରେ ପାଇକମାଲ ଠାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସାଂସଦ ଏ ଉପରେ ଅତି ଶୀଘ୍ର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।