ସୁନ୍ଦରଗଡ଼ ସହର ଠାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ. ଓଡ଼ିଶା ର ୧୯୯୯ ମହାବାତ୍ୟା କୁ ଆଜି ୨୫ ବର୍ଷ ପୂର୍ତ୍ତ ହୋଇଛି। ଏହି ଦିବସ କୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସର ରେ ଆଜି ଦିନ 10 ଟା ସମୟରେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ମଧ୍ୟରେ ପରିକ୍ରମା କରିଥିଲା। ପରେ ପରେ କିରେଇ ସ୍ଥିତ ଅନ୍ୱେଷା ହଷ୍ଟେଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।