ପାଳଲହଡା ବନ୍ଧାଭୂଇଁ ପଞ୍ଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମରେ ଥିବା ବନ୍ଧାଭୂଇଁ ସେବଶ୍ରମ ରେ ଜଣେ ମାତ୍ର ଶିକ୍ଷକ ଥିବାବେଳେ ସପ୍ତାହେ ହେବ ସ୍କୁଲକୁ ଆସୁନଥିବା ଅଭିଯୋଗ ହୋଇଛି I ଫଳରେ ସପ୍ତାହେ ହେବ ପାଚିକା ଜଣକ ସ୍କୁଲ ଖୋଲି ଛାତ୍ର ଛାତ୍ରୀଙ୍କୁ ଜଗୁଥିବା ଅଭିଵାବକ ଅଭିଯୋଗ କରିଛନ୍ତି | ଏନେଇ ପାଳଲହଡା ADWO କହିଛନ୍ତି ଉକ୍ତ ଶିକ୍ଷକ ଜଣକ କୌଣସି ଛୁଟି ପାଇଁ ଆବେଦନ କରିନାହାନ୍ତି | ଯଦି ବିନା ଛୁଟିରେ ବିଦ୍ୟାଳୟକୁ ଆସୁନାହାନ୍ତି ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଵା ପରେ କାର୍ଯ୍ୟାନୁଷ୍ଠାନ ଶିକ୍ଷକଙ୍କ ବିରୋଧରେ ନିଆଯିବ | ଏନେଇ ସ୍କୁଲ ପାଚିକା ପ୍ରତିକ୍ରିୟା ରଖିଛନ୍ତି l