ଜି ଉଦୟଗିରି: ଛାତ୍ରଛାତ୍ରୀଙ୍କ ନିରାପତ୍ତା ବିଷୟରେ ଆଲୋଚନାଚକ୍ର ଚାଲନ୍ତୁ ସୁରକ୍ଷା ବିଷୟରେ କଥା ହେବା କଳିଙ୍ଗା ଡ଼ିଏଭି ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ
ଛାତ୍ରଛାତ୍ରୀଙ୍କ ନିରାପତ୍ତା ବିଷୟରେ ଆଲୋଚନାଚକ୍ର ଚାଲନ୍ତୁ ସୁରକ୍ଷା ବିଷୟରେ କଥା ହେବା" ଶୀର୍ଷକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ କେନ୍ଦ୍ରକରି ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ରର ଶୁଭାରମ୍ଭ ଜି ଉଦୟଗିରି ବ୍ଲକର କଳିଙ୍ଗା ଡି.ଏ.ଭି. ନିକଟ ଆଶ୍ରମ ବିଦ୍ୟାଳୟରେ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏ.ଡି.ଏମ୍ କୁଶଳ ନାୟକ ଯୋଗଦେଇଥିଲେ।ଏହା ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ ଓ ସତ୍ୟଜିତ ଦାସ, ରାଜ୍ୟ ସାଧନ କର୍ମୀ ସୁନନ୍ଦା କାନୁନଗୋ, ଜିଲ୍ଲା ସାଧନ କର୍ମୀ ଯୋଗ ଦେଇଥିଲେ.