ଛତ୍ରପୁର ସ୍ଥିତ ଶ୍ରୀରାମ ନଗରସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଆନୁକୂଲ୍ୟରେ ଛତ୍ରପୁର ସଂକୁଳ କ୍ରୀଡା ଉଦ୍ଘାଟିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ସଂକୁଳ ସଂଯୋଜକ ରବୀନ୍ଦ୍ର ନାଥ ଦାଶ ପରିଚୟ ସହିତ ସ୍ବାଗତ ଭାଷଣ ଦେଇ ଥିଲେ।