ସମବାୟ ସେବା ସମିତି ( ପ୍ୟାକ୍ସ ) ଜରିଆରେ ଧାନ କିଣିବା ଦାବୀ ନେଇ ବୁଧବାର ମଧ୍ୟାହ୍ନରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ୯ ଟି ପଂଚାୟତ ର ଚାଷୀ ମାନେ ଗଞ୍ଜାମ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି। ସରକାରୀ ନିୟମ କୁ ପାଳନ ନ କରି ଭିତ୍ତିଭୂମି ଏସଏଚଜି ଗ୍ରୁପ କୁ ଏହାର ଦାୟିତ୍ୱ ମିଳିଥିବାରୁ ଚାଷୀମାନେ ଅସନ୍ତୋଷ ଜାହିର କରିଛନ୍ତି। ପୂର୍ବରୁ ପ୍ୟାକ୍ସ ମାଧ୍ୟମରେ ଧାନ କିଣା ସୁରଖୁରୁ ରେ ହୋଇଥିବା ରୁ ଏସଏଚଜି ଗ୍ରୁପ କୁ ବାଦ ଦେଇ ପ୍ୟାକ୍ସ ଗୁଡିକ କୁ ପୁର୍ନବାର ପ୍ରଦାନ କରିବାକୁ ସେମାନେ ଦାବୀ କରିଛନ୍ତି।