ପୁରୀ ମ୍ୟୁନିସିପାଲଟି: ଶ୍ମଶାନକୁ ଆସି ଚିଇଁକି ଉଠିଲା ଶବ, ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ l
Puri M, Puri | Sep 15, 2025 ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ବୃଦ୍ଧାଙ୍କୁ ସ୍ୱର୍ଗଦ୍ୱାରରୁ ମେଡିକାଲ ଅଣାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l ବୃଦ୍ଧାଙ୍କ ପରିଚୟ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ ୮୬ ବୋଲି ଜଣାଯାଇଛି l ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l