ବାରିପଦା ସହରର ସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀନାରାୟଣ ପୂଜା କମିଟି ତରଫରୁ ଅନୁଷ୍ଠିତ ହେବ ପୂଜା ଓ ସଙ୍କୀର୍ତ୍ତନ। ଏନେଇ ସୋମବାର ସଂଧ୍ୟା ପ୍ରାୟ ୬ଟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି କମିଟି ମେମ୍ବର ମାନଙ୍କ ସଙ୍ଗେ ବିଶେଷ ଭାବେ ଆଲୋଚନା କରିଥିବା ନେଇ ସୂଚନା ମିଳିଛି।