କଟକ ପୌରାଞ୍ଚଳ: ସଦର ଥାନା ଅନ୍ତର୍ଗତ ବଡ଼ଝରିଲୋ ବଜାରରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି।
ସଦର ଥାନା ଅନ୍ତର୍ଗତ ବଡ଼ ଝରିଲୋ ବଜାରରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଥିବା ନେଇ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଅଭିଯୋଗ ହୋଇଛି। ମା’ ଶ୍ୟାମାକାଳୀ ଟି ଷ୍ଟଲ ନାମକ ଏହି ଦୋକାନର ବାକ୍ସରେ ଥିବା ୮ହଜାରରୁ ଊର୍ଦ୍ଧ୍ବ ଟଙ୍କା କେହି ଦୁର୍ବୃତ୍ତ ନେଇଯାଇଛି। ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସନ୍ଧାନ ମିଳିନାହିଁ।