ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ଗ୍ରାମ ଠାରେ ଆଜି ମହା ଆଡମ୍ବରରେ ମକର ସଂକ୍ରାନ୍ତି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ ବାଦ୍ୟର ତାଳେ ତାଳେ ଏକ ସୁସଜ୍ଜିତ ରଥରେ ହର ହରୀଙ୍କୁ ବସାଇ ଗ୍ରାମ ମଝିକୁ ଅଣାଯାଇଥିଲା ଏବଂ ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ମହାପ୍ରଭୁ ହରି ଭକ୍ତଙ୍କ ମେଳରେ ମକର ମଣ୍ଡପରେ ମହାପ୍ରଭୁ ହର ଙ୍କ ସହ ମକର ବସିଥିଲେ। ଏହା ପରେ ଶ୍ରଦ୍ଧାଳୁଙ୍କୁ ମକର ଚାଉଳ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହା ସହିତ ଉଭୟ ଭଗବାନଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା।