ଡାବୁଗାଁ: ବାଇଗାଁରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ ବ୍ଳକ ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ବାଇଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଧାନଶିକ୍ଷକ ସୁରେଶ ଜାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବ୍ଳକ ଅଧ୍ଯକ୍ଷା ବୀଣା ମାଝୀ,ସମ୍ମାନୀତ ଅତିଥି ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରl, ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତୀ, ବରେଣ୍ୟ ଅତିଥି ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ |ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ,କୁଇଜ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା