ଧର୍ମଗଡ: ମୀନଗୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଯୋଗଦେଲେ ବିଡ଼ିଓ
ସୋମବାର କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି। ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଯୋଗ ଦେଇ ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହାସହ ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।