ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ କୁମର ଗ୍ରାମକୁ ଆଜି ଦିନ ଦୁଇଟା ସମୟରେ ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ଗସ୍ତ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ କରିଛନ୍ତି। ତେବେ ଆଜି ପଞ୍ଚଗାଁ ବିଜାପାଲି ସ୍ଥିତ ମହିମା ଆଶ୍ରମରୁ ବାବା ଙ୍କୁ କାନ୍ଧରେ ବୋହି ଶ୍ରଦ୍ଧାଳୁ କୁମର ଗ୍ରାମ ପର୍ଯ୍ୟନ୍ତ ନେଇଥିଲେ। ବାବା ଙ୍କ ଆଗମନରେ ଭଜନ କୀର୍ତ୍ତନ କରାଯାଇ ସ୍ୱାଗତ କରାଯାଇଥିଲା। ଏହା ଏହିତ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଜଣାପଡ଼ିଛି। ବାବା ଙ୍କୁ ଗ୍ରାମର ମହିଳା ପୁରୁଷ ଙ୍କ ସମେତ ଗ୍ରାମରେ ଭଵ୍ୟ ସ୍ୱାଗତ କରାଯାଇଥିଲା।