ଦେବଗଡ: ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦେବା ପାଇଁ ରିଆମାଳ ସିଡିପିଓଙ୍କ କାର୍ଯ୍ୟାଳୟରେ ସଙ୍ଘ ପକ୍ଷରୁ ସ୍ମାରକପତ୍ର
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଂଚଳରେ ଚାଲିଥିବା ‘ଗାଁ କଲ୍ୟାଣ ସମିତି’ କାର୍ଯ୍ୟରୁ ବାଦ ଦେବା ପାଇଁ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ପକ୍ଷରୁ ଦାବୀ ହୋଇଛି । ଆଜି ଭାରତୀୟ ମଜଦୁର ସଂଘରେ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ, ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରିଆମାଳ ସିଡିପିଓଙ୍କ କାର୍ଯ୍ୟାଳୟକୁ ଆଜି ଦିନ ୧୨ ଟାରେ ସଙ୍ଘର ବହୁ ସଦସ୍ୟା ଆସି ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।