ଧର୍ମଗଡ: ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ସିଆରପି ଓ ଏମବିକେ ମାନଙ୍କ ଧାରଣକୁ ଚତୁର୍ଥ ଦିନରେ ବିଜେଡି ଦଳ ତରଫରୁ ସମର୍ଥନ
୭ ଦଫା ଦାବୀ ନେଇ କାର୍ଯ୍ୟରତ ସମସ୍ତ ଏମବିକେ , ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ସିଆରପି ମାନେ ଆଜକୁ ଚାରି ଦିନ ହେଲା ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଥିବା ବେଳେ ଗୁରୁବାର ସକାଳ ୧୧ ଟା ରେ ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଭାପତି ଡାକେ ଲହଜଳ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ବଣିଆ, ନାରୀ ନେତ୍ରୀ କଲ୍ୟାଣୀ ନାଏକ ଅନେକ ବିଜେଡି କର୍ମୀ ସମର୍ଥନ ଜଣାଇ ଧାରଣା ରେ ବସିଥିଳେ ।