ସୋନପୁର: ବଡ଼ ଝିଙ୍କି ସ୍ଥିତ ମହିମା ବରିଷ୍ଟ ନାଗରିକ ଆଶ୍ରମ ରେ ଏକ ନିଆରା ଓ ନିରାଡମ୍ବର ଦୀପାବଳି ଉତ୍ସବ ପାଳିତ
ଦିବ୍ୟ ଉର୍ଜା ଯୋଗ ସମିତି ଓ ଅନ୍ୟାନ୍ୟ ଯୋଗ ସମିତି ଦୀପାବଳି ଦିନରେ ଏକ ନିଆରା ପ୍ରୟାସ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ସ୍ଥିତ ମହିମା ବରିଷ୍ଟ ନାଗରିକ ଆଶ୍ରମ ରେ ଏକ ନିଆରା ଦୀପାବଳି ପର୍ବ ପାଳନ ହୋଇ ଯାଇଛି.। ଦିବ୍ୟ ଉର୍ଜା ଯୋଗ ସେବା ସମିତି, ମହିଳା ଯୋଗ ସମିତି ର ମିଳିତ ପ୍ରୟାସ ରେ ଜରା ଶ୍ରମ ର ଅନ୍ତେବାସୀ ମାନେ ଖୁବ ମଜା ମସ୍ତି କରିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିବ୍ୟ ଉର୍ଜ୍ଜ୍ୟା ଯୋଗ ସେବା ସମିତି ର ଉପଦେଷ୍ଟା ପ୍ରସନ୍ନ କର୍ଣ୍ଣ ଙ୍କ ତତ୍ୱାବଧାନ ରେ ଜରା ଶ୍ରମ ର ବୃଦ୍ଧ ଵୃଦ୍ଧା ଙ୍କ ସହିତ ଏ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି