ବୋଲଗଡ: ମାନପୁର ଗ୍ରାମରୁ ରନ୍ଧା ଝିଙ୍କ ମାଂସ ଜବତ ୨ ଗିରଫ
ଝିଙ୍କକୁ ମାରି ତାର ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିବା ସହ ରନ୍ଧା ଝିଙ୍କ ମାଂସ, ଓଜନ କଣ୍ଟା ଓ ଫାସ ଜବତ କରିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ମହତପଲ୍ଲା ପଞ୍ଚାୟତ ଅନ୍ତର୍ଗତ ମାନପୁରରେ ଝିଙ୍କ ଶିକାର ହେଇ ଥିବା ନେଇ ରେଞ୍ଜର ଶିଦ୍ଧୁ ସିଂହ ବିଶେଷ ସୂତ୍ରରୁ ଖବର ପାଇ ଥିଲେ । ଶ୍ରୀ ସିଂହ ସଦଳ ବଳେ ଚଢ଼ଉ କରିଛନ୍ତି।