ବାମରା ସ୍ଥିତ ପଣ୍ଡରିପଥର ଗ୍ରାମ ର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁ ଠାରେ ମୃତ୍ୟୁ ହୋଇଥିବା ବେଳେ ଶବ ଆଣିବା କୁ ଯାଇଥିବା ତାଙ୍କ ପରିବାର ଲୋକ ଅର୍ଥାଭାବ ରୁ ଖାଲି ହାତରେ ଫେରିଥିବା ସୂଚନା ରହିଛି। ମୃତ ଯୁବକଙ୍କ ନାମ ସରୋଜ ମଲ୍ଲିକ ବୋଲି ଜଣାପଡିଛି। ହେଲେ ସେ ତାମିଲନାଡୁ ରାଜ୍ୟ ମଦୁରାଇ କୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ଆଣିବା କୁ ଯାଇଥିବା ତାଙ୍କ ପିତା ଅର୍ଥାଭାବ ଯୋଗୁଁ ବୁଧବାର ଦିନ ଖାଲି ହାତରେ ଘରକୁ ଫେରୁଛନ୍ତି।