କୋଟପାଡ: କୁମିଗୁଡା ସୀମା ବିବାଦକୁ ନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି ଗ୍ରାମବାସୀ
ଦୀର୍ଘ ବର୍ଷ ଧରି ଦୁଇ ବ୍ଲକ ସୀମାକୁ ନେଇ ତୁଟୁନି ବିବାଦ। ସୀମା ବିବାଦକୁ ନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି ମହୁଲି ପଞ୍ଚାୟତର ଲେଞ୍ଜା କୁମିଗୁଡା ଗ୍ରାମବାସୀ। ଏତଲା ଅନୁଯାୟୀ, ଥିବାରୁ ମାଛକୁଣ୍ଡ ତହସିଲଦାର ଏବଂ ବୈପାରିଗୁଡା ତହସିଲଦାରଙ୍କ ଉପସ୍ଥିତିରେ ସୀମା ଚିହ୍ନଟ କରାଯାଇ ଲେଞ୍ଜା କୁମିଗୁଡା ଗ୍ରାମବାସୀଙ୍କ ନାମରେ ରେକର୍ଡ ଭୁକ୍ତ କରାଯାଇଥିଲା। କିନ୍ତୁ ମାଛକୁଣ୍ଡ ତହସିଲ ଅନ୍ତର୍ଗତ କିଛି ଲୋକେ ଏହାକୁ ବିରୋଧ କରୁଛନ୍ତି l