ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ରେ ବହୁ ଆଢ଼ମ୍ବରରେ ମା ଗଜଲକ୍ଷ୍ମୀଙ୍କ ବିସର୍ଜନ ଅନୁଷ୍ଠିତ
ଧରାପୃଷ୍ଟ ରେ ପୂଜା ପାଇଲା ପରେ ବର୍ତମାନ ମେଲାଣି ନେଉଛନ୍ତି, ମା ଧନଧାତ୍ରୀ, ମା ଲକ୍ଷ୍ମୀ l ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ବିଭିନ୍ନ ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ଆଜି ବହୁ ଆଢ଼ମ୍ବରରେ ମାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି l ଗ୍ରାମର ଛୋଟ ରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସମସ୍ତ ମହିଳା ମା ଙ୍କ ବିସର୍ଜନ ଉତ୍ସବରେ ସାମିଲ ହୋଇଥିଲେ l ଘଣ୍ଟ ଘଣ୍ଟା, ଢୋଲ, ନିଶାନ ତାଶାରେ ସାରା ପରିବେଶ ପ୍ରକୋମ୍ପିତ ହୋଇ ଉଠିଥିଲା l