ଉଦଳା: ଉଦଳା ବନାଞ୍ଚଳ ସାଇଁକୁଳା ଗ୍ରାମରେ ପଶିଲେ ୨ ଦନ୍ତା ହାତୀ
ଗାଁ ରେ ପଶିଲେ ୨ ଦନ୍ତା। ଉଦଳା ବନାଞ୍ଚଳ ତଥା ଗୋପବନ୍ଧୁ ନଗର ବ୍ଲକ ଅଧିନ ସାଇଁକୁଳା ଗ୍ରାମରେ ଶୁକ୍ରବାର ସକାଳ ସମୟରେ ୨ ଦନ୍ତା ହାତୀ ପଶିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ ଏବଂ ଘଟଣା ସଂପର୍କରେ ବନ ବିଭାଗକୁ ଖବର ଦେଇ ଥିଲେ। ସୁଚ଼ନା ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘୋଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଥିଲେ।