ରବିବାର ୮ ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ଓ ପିପିଲି ଥାନା ପରିଦର୍ଶନ କରିଥିଲେ Asp ବିଷ୍ଣୁ ପ୍ରସାଦ ପତି ଏବଂ ପିପିଲି SDPO ବିରଞ୍ଚି ନାରାୟଣ ପତି। ହାଟ ଡେଲାଙ୍ଗ ଫାଣ୍ଡି,ଷ୍ଟେସନ ଡେଲାଙ୍ଗ, ଘନିପୁର, କୁଆପଦା ଓ ବେଗୁନିଆପଡା ଏବଂ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିବା ସହିତ ବିଭିନ୍ନ ଜୁଆ ,ବେଆଇନ ମଦ କାରବାର, ଟ୍ରାଫିକ ସମସ୍ୟା ଏବଂ ଆଗକୁ ନିର୍ବାଚନ ଆଚରଣ ଵିଧି ଲାଗୁ ପାଇଁ ପୋଲିସ ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମିଳିତ ପେଟ୍ରୋଲିଂ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଜାରିଥିଲା