ଆସନ୍ତା ଜାନୁଆରୀ ୧୪ ରୁ ବାମରା ଠାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ମକର ଯାତ୍ରା ପାଇଁ ସାଇକେଲ ଷ୍ଟାଣ୍ଡ ୪ ଲକ୍ଷ୍ୟ ୬୫ ହଜାର ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆସନ୍ତା ବାମରା ପ୍ରସିଦ୍ଧ ମକର ଯାତ୍ରା ପାଇଁ ସୋମବାର ଦିନ ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର ପରିସର ରେ ନିଲାମ ଡକା ଯାଇଥିଲା। ପ୍ରଥମ ଦିନ ଅକ୍ସନରେ ସାଇକେଲ ଷ୍ଟାଣ୍ଡ ୪ ଲକ୍ଷ୍ୟ ୬୫ ହଜାର ରେ ନିଲାମ ହୋଇଛି। ସେହି ପରି ଲାଇଟ୍ ବ୍ୟବସ୍ଥା ପାଇଁ ୪ ଲକ୍ଷ୍ୟ ୩୦ ହଜାର ଓ ଟେଣ୍ଟ ପାଇଁ ୧୧ ଟଙ୍କା ପଚାଶ ପଇସା ପ୍ରତି ବର୍ଗ ଫୁଟ ପାଇଁ ଅକ୍ସନ୍ ହୋଇଛି।