ଗୋବିନ୍ଦପୁର ମଝିପଡ଼ା ନିବାସୀ ନୀତିଶ ସାକୁନିଆଙ୍କ ଘର ପାଖରେ ଏକ ରାସନ ଦୋକାନ କରିଥିବା ବେଳେ ଶୁକ୍ରବାର ଦିନ ମଧ୍ୟ ରାତ୍ରିରେ କେହି ଦୃର୍ବୁତ୍ତ ତାଙ୍କ ଦୋକାନ ର ତାଲା ଭାଙ୍ଗି, ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ,ଖାଇବା ଜିନିଷ ,ରାସନ, ଇଲେକ୍ଟ୍ରୋନିକ ଓଜନ ମେସିନ ଓ ନଗଦ ୩ ହଜାର ଟଙ୍କା ଅନ୍ୟାନ୍ୟ ରାସନ୍ ସାମଗ୍ରୀ ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୨୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଜାଣିବା ପରେ ନୀତିଶ ଶନିବାର ଦିନ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।