ହଟାତ ଅସୁସ୍ତ ହୋଇ ରଘୁମଣି ମେହେରଙ୍କ ମୃତ୍ୟୁ ଶୋକ ମଧ୍ୟରେ ପରିବାରର ମହାନ ନିଷ୍ପତ୍ତି—ନେତ୍ରଦାନ ନାଇକେନ ଶିରା ଗ୍ରାମର ରଘୁମଣି ମେହେର ନାଇକେନ ଶିରାରୁ ନିଜ ଗ୍ରାମକୁ ଯାଉଥିବା ସମୟରେ ଟେବଡା ମୁଣ୍ଡା ନିକଟରେ ହଟାତ ଅସୁସ୍ତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ପ୍ରଥମେ ନିକଟତମ ହସ୍ପିଟାଲକୁ ନେଇଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରଘୁମଣି ମେହେରଙ୍କ ମୃତ୍ୟୁ ଘଟିଥିଲା।