ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦୀୟ କ୍ଷେତ୍ର ର ଲୋକପ୍ରିୟ ସାଂସଦ ଶ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଜନଜାତି ସମ୍ପ୍ରଦାୟର ବିଭିନ୍ନ ସମସ୍ୟାର ସମାଧାନ ତଥା ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ବୋଲି ଆଜି ରାତି ୮ଟାରେ ସୂଚନା ମିଳିଛି।