ଝାରସୁଗୁଡା: ଜଗତସିଂହପୁର ତୀରତୋଳ ଥାନା ଅଞ୍ଚଳର ଜଣେ ନିଖୋଜ ନାବାଲିକା ଝାରସୁଗୁଡା ଜିଲ୍ଲାରୁ ଉଦ୍ଧାର
ଝାରସୁଗୁଡା ଜିଲ୍ଲାରୁ ଜଗତସିଂହପୁର ତୀରତୋଳ ଥାନା ଅଞ୍ଚଳର ଜଣେ ନିଖୋଜ ନାବାଲିକାଙ୍କୁ ଉଦ୍ଧାର କରାଯାଇଥିବା ନେଇ ଆଜି ସଂଧ୍ୟା ପାଞ୍ଚଟା ସମୟରେ ସୂଚନା ମିଳିଛି। ତେବେ ଜଗତସିଂହପୁର ତୀରତୋଳ ଥାନା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା ଏବଂ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିବା ବେଳେ ଆଜି ନିଖୋଜ ନାବାଳିକାଙ୍କୁ ଝାରସୁଗୁଡା ରୁ ଉଦ୍ଧାର କରାଯାଇଛି। ତେବେ ନବାଲିକଙ୍କ ଉଦ୍ଧାର ପାଇଁ ଝାରସୁଗୁଡା ପୋଲିସ ସହ ସୁସମ୍ପର୍କ ରଖି ଓ ଝାରସୁଗୁଡା ପୋଲିସ ସହାୟତାରେ ନବାଲିକଙ୍କୁ ଉଦ୍ଧାର ପାଇଁ ଜଗତିସଂହପୁର ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।