ତାଳଚେର ସଦର: ତାଳଚେର ବାଇପାସ କେନାଲରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର
ତାଳଚେର ବାଇପାସ ସ୍ଥିତ କେନାଲ ଠାରେ ଏକ ଅଜଣା ଯୁବକଙ୍କ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ ତାଳଚେର ଦେଇ ଯାଇଥିବା ରେଙ୍ଗାଳୀ ବାମପାର୍ଶ୍ଵ କେନାଲରେ ଏକ ଅଜଣା ଯୁବକଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଲୋକମାନେ ତାଳଚେର ଅଗ୍ନିଶମ ବିଭାଗ ଓ ପୋଲିସ ଅଧିକାରୀଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ତାଳଚେର ପୋଲିସ ପହଞ୍ଚି ପାଣିରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।