ଡ୍ରଗ୍ସ କାରବାର ବିରୁଦ୍ଧରେ ରାଉରକେଲା ପୋଲିସ୍ ର ଜାରି ରହିଥିବା ଅଭିଯାନକୁ ମିଳିଛି ଆଉ ଏକ ସଫଳତା। ସାତ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଜଣେ ବ୍ରାଉନ ସୁଗାର ଚାଲାଣକାରୀକୁ ଭଞ୍ଜଭବନ୍ ନିକଟରୁ ଗତକାଲି ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ସୁମିତ୍ ଯାଦବ ଠାରୁ ୧୦ ଗ୍ରାମ ପାଖାପାଖି ବ୍ରାଉନ ସୁଗାର ଜବତ କରାଯାଇଛି।ଶୁକ୍ରବାର ପୂର୍ବାହ୍ନରେ ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।