ଝରିଗାଁ: ବଡ଼ନୀ ଗ୍ରାମରେ ବର୍ଷାଯୋଗୁଁ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ବିଧବା ମହିଳା
ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମରେ ବର୍ଷାଯୋଗୁଁ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ବିଧବା ମହିଳା। ଅପରାହ୍ନରେ ଅତ୍ୟଧିକ ବର୍ଷା ହେଉଥିବାରୁ ହଠାତ ମାଟିକାନ୍ଥ ଭୁଶୁଡି ପଡିବା ସହିତ ଘର ଛାତରେ ଲାଗିଥିବା ଆଡ଼ଭେଷ୍ଟ ଗୁଡିକ ମଧ୍ୟ ତଳେ କଚାଡି ହୋଇ ଚୁରମାର ହୋଇଯାଇଛି | ମରଣ ମ୍ମୁଖରୁ ଅଳ୍ପକେ ବର୍ତିଯାଇଥିଲ ବିଧବାମହିଳା। ଆଗକୁ ବର୍ଷାଦିନ ରହିଥିବାରୁ ମହିଳା ଜଣକ ବେସ ଚିନ୍ତିତ ଅଛି,ତେଣୁ ପ୍ରଶାସନ ଏହି ବିଧବା ମହିଳାକୁ ତୁରନ୍ତ ସହାୟତା ଯୋଗେଇଦେଲେ କିଛିମାତ୍ରାରେ ତାର କଷ୍ଟଦୂର ହଇ ଥାନ୍ତାବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି |