ବାରିପଦା ମ୍ୟୁନିସିପାଲଟି: ବାରିପଦା ସଦର ଅବକାରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଓ ପୋଚ ଜବତ, ଜଣେ ଗିରଫ
ଅବକାରୀ ବିଭାଗ ଦ୍ଵାରା ଦେଶୀ ମଦ ଓ ପୋଚ ଜବତ କରାଯାଇଛି। ଏହା ସହିତ ଜଣକୁ ଗିରଫ କରାଯାଇଛି। ସେ ହେଲା ବାରିପଦା ସଦର ଥାନା ଅନ୍ତର୍ଗତ ସାନ ଡାକୋଇ ଗ୍ରାମର ସୀତାରାଣୀ ମାର୍ଣ୍ଡି। ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ସଦର ଅବକାରୀ ଥାନା ଟିମ ବାରିପଦା ସଦର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ। ୧୦୬୫ଲିଟର ଦେଶୀ ମଦ ଓ ୧୩,୪୦୦ଲିଟର ମହୁଲ ପୋଚ ଜବତ କରାଯାଇଛି।