ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଆଜି ସକାଳ 7ଟା ସମୟରେ ପଦ୍ମପୁର ସହର ସ୍ଥିତ ଭେଉଁରିଆ ଛକ ଠାରୁ ଆରମ୍ଭ ହୋଇ ଦୋରା ପେଟ୍ରୋଲ ପମ୍ପ, ଶାସ୍ତ୍ରୀ ଛକ, ପୁରୁଣା ବସ୍ତି, ଥାନା ଛକ, ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଦ୍ମପୁର ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ପଦ୍ମପୁର ଥାନାଧିକାରୀ, sdpo, nac କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଜିଲ୍ଲାପାଳ, ଓ ଅନ୍ୟ ଅଧିକାରୀ, ବୁଦ୍ଧିଜୀବୀ ଯୋଗଦାନ କରିଥିଲେ