କୋଟପାଡ: ବରଗାଁରୁ 15 ଫୁଟିଆ ଅଜାଗର ସାପ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା ଡମ୍ବୁରୁ ମାଝୀ
ବୈପାରୀଗୁଡା ବନାଞ୍ଚଳ ଅଧିନସ୍ତ ବରଗାଁରୁ ଅଜଗର ସାପ ଉଦ୍ଧାର l 15 ଫୁଟିଆ ଅଜାଗର ସାପ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା ଡ଼ମ୍ବୁର ମାଝୀ l ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହାଁ ହୋଇ ରାସ୍ତା ପାର୍ଶ୍ଵରେ ବୁଲୁଥିଲା ଅଜଗର ସାପ l ଏହାକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ l ଗାଁ ଲୋକେ ବୈପାରୀଗୁଡା ରେଞ୍ଜର ଙ୍କୁ ଜଣାଇଥିଲେ l ରେଞ୍ଜର ସନ୍ଦେପ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା ଡ଼ମ୍ବୁର ମାଝୀ ବରଗାଁ ରେ ପହଂଚି 15 ଫୁଟିଆ ଅଜଗର ସାପ ଉଦ୍ଧାର କରିଥିଲେ l ସାପର ଓଜନ ପାଖାପାଖି 25କିଲୋ ହେବ ବୋଲି ଜଣା ପଡିଛି l