ସୁକିନ୍ଦା: ରାବଣା ଛକ ନିକଟରେ ଥିବା ଇଟା ଭାଟିରେ ସ୍ତ୍ରୀକୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରଫ
Sukinda, Jajpur | Oct 22, 2025 ଯଖପୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏକ ଇଟା ଭାଟିରେ ସ୍ୱାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ କର୍ପୁର ସୋରେନ ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟା ଶୁଭ ସୋରେନ ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଥାନା ଅଧିକାରୀ ଆଶିଷ କୁମାର ସାହୁ ଏକ ସ୍ଵତନ୍ତ୍ର ଟିମ୍ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ମଙ୍ଗଳବାର ଦିନ ଏକ ମାମଲା ରୁଜ୍ଜୁ କରି ସଂମ୍ପୃକ୍ତ ଆକ୍ରମଣ କାରି ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର ସୁନାରାମ ସୋରେନକୁ ଟମକା ଥାନା ମହୁଲମୂଳ ନିକଟରୁ ଗିରଫ କରି ବୁଧବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।