ଝାରସୁଗୁଡା ଡିଏଭି ସ୍କୁଲ ପରିସରରେ ତିନି ଦିନିଆ ଶିଶୁ ମହୋତ୍ସବ ତଥା 'ଚିଲଡ୍ରେନ ଫେଷ୍ଟ' ବିଧିବଦ୍ଧ ଭାବରେ ଆଜି ସକାଳ ସାଢେ ଏଗାରଟା ସମୟରେ ଉଦଘାଟିତ ହୋଇଯାଇଛି। ପରିଚାଳନା ସମିତି ସଭ୍ୟ ତଥା ବରିଷ୍ଠ ଆଇନଜ୍ଞ ତାପସ ରାୟ ଚୌଧୁରୀ ମୁଖ୍ୟ ଅତିଥି ଓ ବ୍ରଜରାଜନଗର କଲେଜରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱଜିତ ଖମାରୀ ସମ୍ମାନିତ ଅତିଥି ରୂପେ ଯୋଗଦାନପୂର୍ବକ ତ୍ରିଦିବସୀୟ ଶିଶୁ ମହୋତ୍ସବର ଉଦଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଅତିଥି ପରିଚୟ କରାଇବା ସହିତ ସ୍ୱାଗତ ଭାଷଣ ଦେଇଥିଲେ ।