ଡାବୁଗାଁ: *ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ସାଂସଦ ଓ ଡାବୁଗାଁ ବିଧାୟକ*
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦ୍ବାରା ଦେଶବ୍ୟାପୀ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପାଳ ମହେଶ୍ୱର ସ୍ବାଇଁ ଓ ବିଡ଼ିଓ ଶରତ ମିଝୀ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ଓ ଅନେକ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ