ବଲାଙ୍ଗୀର ମହୀପୁର ନିକଟରେ ଥିବା ଏକ ହୋଟେଲ ଭିତରୁ ଆଜି ମିଳିଛି ଏକ ୫ ଫୁଟ ଲମ୍ବ ନାଗସାପ। ସାପ ଦେଖି ଭୟ ଭିତ ହୋଇ ପଡ଼ିଥିଲେ ହୋଟେଲ କର୍ମଚାରୀ ଓ ଗ୍ରାହକମାନେ। ସୂଚନା ପାଇ ଉଦ୍ଧାରକାରୀ ଅଭିଳାଷ ବାଗ, ଯିଏ ତାଙ୍କ ଧକ୍ଷତା ଓ ସାହସ ଦେଖାଇ ସାପଟିକୁ ସୁରକ୍ଷିତ ଭାବେ ଧରି ପ୍ରକୃତିକୁ ଛାଡ଼ିଦେଇଥିଲେ ଉଦ୍ଧାର ପରେ ଅଭିଳାଷ ବାଗ ଲୋକଙ୍କ ମଧ୍ୟରେ ସାପ ସୁରକ୍ଷା ଓ ପ୍ରକୃତି ସନ୍ତୁଳନ ନେଇ ସଚେତନତା ସନ୍ଦେଶ ମଧ୍ୟ ଦେଇଥିଲେ। ସେ କହିଲେ — “ସାପ ହେଉଛନ୍ତି ପ୍ରକୃତିର ମିତ୍ର, ତେଣୁ ମାରିବା ନୁହେଁ, ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲକୁ ଛାଡ଼ିଦିଆ ଦରକାର।”