ଉଦଳା: କପ୍ତିପଦା ବନାଞ୍ଚଳରେ ଦୁଇ ଦିନରେ ବାଘ ମାରିଲା ଦୁଇ ଗୋରୁ; ଲୋକେ ଭୟବିତ
କପ୍ତିପଦା ବନାଞ୍ଚଳ ହୁଡ଼ିସାହିରେ ମଙ୍ଗଳବାର ରାତିରେ ଏକ ବାଘ ଗୁହାଳ ରୁ ଗୋରୁ ଘୋଷାରି ନେଇ ମାରିଦେଇଥିବା ବେଳେ ଆଜି ଅର୍ଥାତ ବୁଧବାର ପୁଣି ପଣ୍ଡେସାହି ଗ୍ରାମରେ ଅନୁରୂପ ଭାବେ ପ୍ରେମ କୁମାର ସାମଲଙ୍କ ଗୁହାଳରେ ଗୋରୁ ବନ୍ଧା ଯାଇଥିବା ବେଳେ ଗୁହାଳ ଭିତରୁ ଗୋରୁକୁ ଘୋଷାରି ନେଇଥିଲା ବାଘ। ତେବେ ଗୋରୁ ରଡି ଶୁଣି ପରିବାର ଲୋକେ ଚିତ୍କାର କରିବାରୁ ବାଘ ଟି ଗୋରୁଟିକୁ ଛାଡି ଚାଲିଯାଇଥିଲା । ମାତ୍ର ଉକ୍ତ ଗୋରୁ ର ମୃତ୍ୟୁ ଘଟିଥିବା ଜଣାଯାଇଛି।