ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଠାରେ ଥିବା ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ ବାଙ୍ଗିରିପୋଷି ଦ୍ୱାରା ଆୟୋଜିତ ବିଦ୍ୟାଳୟ ସ୍ତରୀୟ "ରାଷ୍ଟ୍ରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ" ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ। କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ "ବିଜ୍ଞାନ ପ୍ରକଳ୍ପ" ଗୁଡିକ ସେ ପରିଦର୍ଶନ କରିଥିଲେ।