ସୋନପୁର: ମହିମାପାଲି ଛକ ନିକଟରୁ ୫କେଜି ଗଞ୍ଜେଇ ସହ ବାଇକ ଯବତ ଥାନାରେ ମାମଲା ରୁଜ୍ଜୁ
ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମହିମାପାଲି ଛକ ନିକଟରୁ ୫କେଜି ଗଞ୍ଜେଇ ସହ ବାଇକ ଯବତ ଥାନାରେ ମାମଲା ରୁଜ୍ଜୁ।ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସଦର ମୋବାଇଲ ଇନିସ୍ପେଟର ହରପ୍ରସାଦ ରଣା ଙ୍କ ନେତୃତ୍ୱରେ ଏକ ଅବକାରୀ ଟିମ ତରଭା ଅଞ୍ଚଳରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ମହିମାପାଲି ଛକ ଦେଇ ଜଣେ ବାଇକ ଚାଳକ ଦୃତଗତିରେ ପଳାୟନ କରୁଥିବା ବେଳେ ଅବକାରୀ ବିଭାଗର ଅଧିକାରିଙ୍କୁ ଦେଖି ଗାଡ଼ି ଛାଡ଼ି ବାଇକ ଚାଳକ ଅନ୍ୟତ୍ର କେଉଁ ଆଡେ ପଳାୟନ କରିଥିଲା।ବାଇକ କୁ ଯାଞ୍ଚ କଲାପରେ ବାଇକ ଭିତରେ ଥିବା ଏକ ବସ୍ତା ରୁ ୫ କେଜି ଗଞ୍ଜେଇ ବାହାରି ଥିଲା ।