ଧର୍ମଗଡ: ଧର୍ମଗଡ ୟମାହା ଶୋରୁମ ରୁ ବାଇକ ଚୋରି, ପୋଲିସ ର ତଦନ୍ତ ଜାରି
ଧର୍ମଗଡ ସହର ସ୍ଥିତ ୟମାହା ଶୋରୁମ ରୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏ ସଂକ୍ରାନ୍ତରେ କ୍ରିଷ୍ଣା ମୋଟର୍ସ ର ମାଲିକ କୃଷ୍ଣ ମୋହନ ନାଏକ ଧର୍ମଗଡ ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତି କରି ଧର୍ମଗଡ ପୋଲିସ ଥାନା କେଶ ନମ୍ବର ୩୦୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଡଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବା ତଦନ୍ତକାରି ପୋଲିସ ଅଫିସର ଲୋରିସ ପ୍ରଧାନ ସୂଚନା ଦେଇଛନ୍ତି।