ବାମରା ବ୍ଲକ ଅନ୍ତର୍ଗତ ବାଦପଡ଼ା ଗ୍ରାମରେ ସମ୍ବାଦ ଆମ ଓଡ଼ିଶା ଓ ଆଦିବାସୀ ନବଜ୍ୟୋତି ଯୁବକ ସଂଘ ସହଯୋଗରେ ରବିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ତିନି ଜଣ ମହିଳାଙ୍କ ସମେତ ମୋଟ ୪୦ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟ ରକ୍ତ ଭଣ୍ଡାରର ମୁଖ୍ୟ ରତ୍ନପ୍ରଭା ନାୟକ , ଆଶାରାଣୀ ନାୟକ, ୟୁଧିଷ୍ଠିର ଭଇଁଷାଲ ଓ ଦୁଷ୍ମନ୍ତ ପଟେଲ ରକ୍ତ ସଂଗ୍ରହ କରିଥିଲେ।