ଦିଗପହଣ୍ଡି: କୁଶପଡାରେ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ମାମଲା, ଅଭିଯୁକ୍ତ ଗାଡି ଚାଳକଙ୍କୁ କୋର୍ଟଚାଲାଣ କଲା ପୋଲିସ
ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟରାସ୍ତା ର ଅନଙ୍ଗପୁର - କୁଶପଡ଼ା ଗାଁ ଛକ ନିକଟରେ ଶନିବାର ସନ୍ଧ୍ୟା ରେ ମହିନ୍ଦ୍ରା ଥର ଗାଡ଼ି ଧକ୍କାରେ ରାଜପୁର ଗ୍ରାମର ଦୀପକ ବିଷୋୟୀ ଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଦିଗପହଣ୍ଡି ପୋଲିସ ହିଞ୍ଜିଳି ଥାନା ବଉଳଘାଇ ଗ୍ରାମର ଗାଡ଼ି ଚାଳକ ଶଙ୍କର ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆର୍.ଆଇ ପଦବୀ ନିମନ୍ତେ ଦୀପକ ପରୀକ୍ଷା ଦେଇ ବ୍ରହ୍ମପୁରରୁ ସ୍କୁଟି ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଥର ଗାଡି ଧକ୍କା ଦେଇଥିଲଲା l