ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ସର୍ବାହଲ ଅଞ୍ଚଳରେ ଆଜି ସକାଳ ଏଗାରଟା ସମୟରେ ପୌର ପରିଷଦ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଝାରସୁଗୁଡା ସହରର ରାସ୍ତାରେ ବ୍ୟବସାୟ କରିବା ପାଇଁ ରାସ୍ତାକୁ ଜବରଦଖଲ କରାଯାଇଥିବା ବେଳେ ଏହା ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ତେଣୁ ଏହାକୁ ପୌରପରିଷଦ ପକ୍ଷରୁ ଆଜି ଉଚ୍ଛେଦ କରାଯାଇଥିବା ନେଇ କୁହାଯାଇଛି। ଏହି ଉଚ୍ଛେଦ ସମୟରେ ଝାରସୁଗୁଡା ପୌରପରିଷଦ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ସମେତ ପୌର ପରିଷଦ ର ଅଧିକାରୀ ଉପସ୍ଥିତ ରହିଥିଲେ।