ଗଞ୍ଜାମ ଜିଲ୍ଲାର ପ୍ରତିଭାବାନ ଯୁବ ଆଶାୟୀ ପ୍ରଶିକ୍ଷାର୍ଥୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମାଗଣା ପ୍ରଶିକ୍ଷଣ ଓ ପ୍ରକୃଷ୍ଟ ମାର୍ଗଦର୍ଶନ ପାଇଁ "ଲକ୍ଷ୍ୟ ନିକେତନ" ନାମକ ଯୋଜନା ପ୍ରସ୍ତୁତ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଛତ୍ରପୁର ସ୍ଥିତ ସଦ୍ଭାବନା କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।